ଏଥର ଦୁଇ ଦିନ ହୋଇପାରେ ଗୁଣ୍ଡିଚା ଯାତ୍ରା

ଭୁବନେଶ୍ୱର,୧୫/୦୬: ଚଳିତବର୍ଷ ଦୁଇ ଦିନ ହୋଇପାରେ ଗୁଣ୍ଡିଚା ଯାତ୍ରା । ଜୁଲାଇ ୭ ତାରିଖରେ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ୫୩ ବର୍ଷ ପରେ ଚଳିତ ଥର ୧୩ ଦିନ ପଡୁଛି ଅଣସର ନୀତି । ୧୫ ଦିନ ବଦଳରେ ୧୩ ଦିନ ଅଣସରରେ ରହିବେ ଶ୍ରୀଜିଉ । ଠାକୁର ନବଯୌବନ ହେବେ ସତ କିନ୍ତୁ ଦର୍ଶନ ମିଳିବନି । ସମୟ ଅଭାବ ଓ ନୀତି ଶୃଙ୍ଖଳା ପାଇଁ ଦର୍ଶନ ବନ୍ଦ ରଖିବାକୁ ନିଷ୍ପତ୍ତିି ନିଆଯାଇଥିବା ସୂଚନା ମିଳିଛି । ଯାହାକୁ ନେଇ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି । ଗୋଟିଏ ଦିନରେ ନେତ୍ରୋତ୍ସବ, ପହଣ୍ଡି ଲାଗି ସେନାପଟା ଓ କୁସୁମି ଲାଗି ଥିବାରୁ ଚିନ୍ତାରେ ପଡ଼ିଛନ୍ତି ସେବାୟତ । ଏଭଳି ସ୍ଥିତିରେ ଗୋଟିଏ ଦିନରେ ରଥଯାତ୍ରା କରିବା ସମ୍ଭବ ନୁହେଁ ବୋଲି ମତ ଦେଇଛନ୍ତି ସେବାୟତ । ତେଣୁ ୧୯୭୧ ମସିହା ଆଧାରରେ ନୀତିକାନ୍ତି କରିବାକୁ ଯୋଜନା କରାଯାଉଛି । ଚଳିତ ରଥଯାତ୍ରାକୁ ଶୃଙ୍ଖଳିତ କରିବାକୁ ଦୁଇଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି । ପ୍ରଥମେ ନୀତି ସବ କମିଟି ବୈଠକରେ ରାଜେନ୍ଦ୍ର ଭିଷେକଠାରୁ ସ୍ନାନ ପୂର୍ଣ୍ଣିମା ଯାଏ ନୀତି ନିର୍ଘଣ୍ଟ ହୋଇଛି । ଏହାପରେ ଛତିଶା ନିଯୋଗ ବୈଠକରେ ନୀତି ନିର୍ଘଂଟ ନେଇ ଆଲୋଚନା ହୋଇଛି ।