ଆସନ୍ତା ୨୦ରେ ହେବ ବାଚସ୍ପତି ନିର୍ବାଚନ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ ହେଲେ କାମଚଳା ବାଚସ୍ପତି

ଭୁବନେଶ୍ୱର,୧୪/୦୬: ଓଡିଶା ବିଧାନସଭା ବାଚସ୍ପତି ନିର୍ବାଚନ ଜୁନ୍ ୨୦ ତାରିଖରେ ହେବ । କିନ୍ତୁ ନବ ନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ କାମଚଳା ବାଚସ୍ପତି । ଏଥିପାଇଁ ବିଜେଡିର ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ନିଯୁକ୍ତ କରାଯାଇଛି । ବିଧାନସଭାରେ ବିଜେପି ୧୪୭ଟି ଆସନରୁ ୭୮ଟିରେ ବିଜୟୀ ହୋଇଛି । ତିନି ସ୍ୱାଧୀନ ବିଧାୟକ ବିଜେପିକୁ ସମର୍ଥନ ଜଣାଇଛନ୍ତି । ବିଜେପି ପକ୍ଷରୁ ସୁରମା ପାଢୀଙ୍କୁ ବାଚସ୍ପତି କରାଯିବାର ସମ୍ଭାବନା ରହିଛି । ସେପଟେ ୨୬ ଜୁନରେ ଲୋକସଭାର ବାଚସ୍ପତି ନିର୍ବାଚନ ହେବ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି । କିଏ ହେବେ ଲୋକସଭାର ବାଚସ୍ପତି , ଏନେଇ ଚର୍ଚ୍ଚା ଜାରି ରହିଛି । ୨୭ ତାରିଖରେ ପୂର୍ବାହ୍ଣ ୧୧ଟାରେ ସଂସଦକୁ ସମ୍ବୋଧନ କରିବେ ରାଷ୍ଟ୍ରପତି । ଏହା ପୂର୍ବରୁ ନବ ନିର୍ବାଚିତ ସାଂସଦ ମାନେ ଶପଥ ଗ୍ରହଣ କରିବେ । ୨୪ ଓ ୨୫ ତାରିଖରେ ପ୍ରୋଟେମ୍ ସ୍ପିକର ନିର୍ବାଚିତ ସାଂସଦଙ୍କୁ ଶପଥ ଗ୍ରହଣ କରାଇବେ ।