ଆଜି ସକାଳୁ ଆରମ୍ଭ ହେଲାଣି ସଜବାଜ, ଆଉ ରାତି ପାହିଲେ ପହିଲି ରଜ

ଭୁବନେଶ୍ୱର,୧୩/୦୬: ରାତି ପାହିଲେ ପହିଲି ରଜ। ପ୍ରତିବର୍ଷ ଏହା ୫ଦିନ ପାଳନ କରାଯାଏ। ପରମ୍ପରା ଅନୁସାରେ ଆଜି ହେଉଛି ସଜବାଜ। ଓଡ଼ିଆର ପର୍ବ ରଜ ଗାଁ ଠୁଁ ସହର ଯାଏ ସବୁଆଡେ ଉତ୍ସବର ମାହୋଲ । ପିଠାପଣାର ପ୍ରସ୍ତୁତିରେ ମହକୁଛି ଗାଁ ଠୁ ସହର। ସଜବାଜରୁ ଆରମ୍ଭ ହେଉଥିବା ଏହି ପର୍ବ ବସୁମତି ସ୍ନାନରେ ଶେଷ ହୁଏ ।

ଆଜିବି କେତେକ ଗାଁରେ କୁମାରୀମାନେ ସକାଳୁ ସକାଳୁ ଗାଧୁଆପାଧୁଆ ସାରି ସଜେଇ ହୋଇଛନ୍ତି । କିଏ କାହାକୁ ମେହେନ୍ଦୀ ଲଗେଇ ଦେଉଛନ୍ତି ଆଉ କିଏ ପୁଣି ଗଭା ସଜେଇ, କୁକୁମ ଲଗେଇ ଦେଉଛନ୍ତି । ସେହିଭଳି ବୟସ୍କ ବ୍ୟକ୍ତି ଓ ଯୁବକମାନେ ତାସ, ଚେସ୍ ଓ କ୍ୟାମେରା ଖେଳର ମଜା ଉଠାଉଛନ୍ତି ।

କାଲି ପହିଲି ରଜ । ନୂଆ ବସ୍ତ୍ର ପିନ୍ଧି, ପିଠାପଣା, ରଜପାନ ଖାଇ ଦୋଳି ଖେଳିବେ ସମସ୍ତେ । ସେଥିପାଇଁ ବିଭିନ୍ନ ପ୍ରକାର ଦୋଳୀ ସହ ରଜଖଳା ପ୍ରସ୍ତୁତ ହୋଇଗଲାଣି । ଖାସ କରି ବିବାହିତ ଝିଅ ଓ ଘର ଠାରୁ ଦୂରରେ ରହୁଥିବା ପରିବାର ସଦସ୍ୟ ଘରକୁ ଫେରିଛନ୍ତି । ଆଉ ସମସ୍ତ ମିଳିମିଶି ଏହି ଖୁସିର ପର୍ବକୁ ପାଳନ କରିଥାନ୍ତି ।