ସମ୍ଭାବ୍ୟ ମନ୍ତ୍ରୀଙ୍କୁ ଆସିଲା ଫୋନ୍ କଲ୍, ଜାଣନ୍ତୁ କେଉଁମାନେ ଅଛନ୍ତି ଲିଷ୍ଟରେ ?

ଭୁବନେଶ୍ୱର,୧୨/୦୬: ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ମାଝୀ । ଜନତା ମୈଦାନରେ ଅପରାହ୍ନ ୪ଟା ୪୫ ମିନିଟ୍ ସମୟରେ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସହ ସେ ଶପଥ ନେବେ ମୋହନ ମାଝୀ । ଏହାସହ କିଛି ମନ୍ତ୍ରୀ ମଧ୍ୟ ଆଜି ଶପଥଗ୍ରହଣ କରିବେ । ଏନେଇ ବିଜେପି ବିଧାୟକଙ୍କୁ ଫୋନ୍ କଲ ଆସିଥିବା ସୂଚନା ମିଳିଛି । ଦଳର ବରିଷ୍ଠ ନେତା ମୁକେଶ ମହାଲିଙ୍ଗଙ୍କୁ ମନ୍ତ୍ରୀ ଭାବେ ଶପଥ ନେବାକୁ ଫୋନକଲ ଆସିଥିବା ସୂଚନା ମିଳିଛି । ଲୋଇସିଂହାରୁ ବିଧାୟକ ଥିବା ମୁକେଶଙ୍କୁ ମୋହନ, ଧାମନଗର ବିଧାୟକ ସୁରଜ ସୂର୍ଯ୍ୟବଂଶୀ, ଚିଲିକା ବିଧାୟକ ପୃଥ୍ୱୀରାଜ ହରିଚନ୍ଦନ, ଗୋପାଳପୁର ବିଧାୟକ ବିଭୁତି ଭୂଷଣ ଜେନା, ସୁକିନ୍ଦା ବିଧାୟକ ପ୍ରଦୀପ ବଳସାମନ୍ତ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ଢେଙ୍କାନାଳ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର, ଯଶିପୁର ବିଧାୟକ ଗଣେଶ ରାମ ଖୁଣ୍ଟିଆ, ପାରାଦ୍ୱୀପ ବିଧାୟକ ସମ୍ପଦ ସ୍ୱାଇଁ, ମୋରଡା ବିଧାୟକ କୃଷ୍ଣଚନ୍ଦ୍ର ମହାପାତ୍ର, କୁଚିଣ୍ଡା ବିଧାୟକ ରବି ନାଏକ, ପୋଲସରା ବିଧାୟକ ଗୋକୁଳାନନ୍ଦ ମଲ୍ଲିକଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ ହେବାକୁ ଫୋନ୍ କଲ ଆସିଥିବା ସୂଚନା ମିଳିଛି ।