ଆସନ୍ତା ୧୩ରୁ ସାମ୍ବାଦିକଙ୍କ ପାଇଁ ଖୋଲିବ ଲୋକସେବା ଭବନ

ଭୁବନେଶ୍ୱର,୧୧/୦୬: ଆସନ୍ତା ୧୩ରୁ ସାମ୍ବାଦିକଙ୍କ ପାଇଁ ଖୋଲିବ ଲୋକସେବା ଭବନ । ରାଜ୍ୟରେ ବିଜେପି ସରକାର ଗଠନ ପରେ ସାମ୍ବାଦିକଙ୍କ ପାଇଁ ଖୋଲିବ ଲୋକସେବା ଭବନ । କରୋନା କାଳରୁ ସାମ୍ବାଦିକଙ୍କ ଲୋକସେବା ଭବନ ଯିବା ଉପରେ କଟକଣା ଲଗାଇଥିଲା ବିଜେଡି ସରକାର । ୨୦୨୦ ମାର୍ଚ୍ଚ ମାସରୁ ଏଭଳି ସ୍ଥିତି ଜାରି ରହିଥିଲା । ଯାହାକୁ ନେଇ ଅନେକ ସମୟରେ ବିଜେପି ପ୍ରତିବାଦ କରିବା ସହ ସାମ୍ବାଦିକଙ୍କ ପାଇଁ ଲୋକସେବା ଭବନ ଖୋଲାଯାଉ ବୋଲି ଦାବି ରଖିଥିଲା । ଏପରିକି ସରକାରଙ୍କ ଏଭଳି ନିଷ୍ପତ୍ତିକୁ ନେଇ ସାମ୍ବାଦିକଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ଦେଖିବାକୁ ମିଳିଥିଲା । ଜୁନ୍ ୧୨ ତାରିଖରେ ରାଜ୍ୟରେ ବିଜେପି ସରକାର ଗଢିବ । ନୂଆ ସରକାର ଆସିବା ସହ ସାମ୍ବାଦିକଙ୍କ ପାଇଁ ଲୋକସେବା ଭବନ ଖୋଲାଯିବ । ୧୨ରେ ନୂଆ ସରକାର ଶପଥ ନେବାକୁ ଥିବା ବେଳେ ୧୩ରେ ସାମ୍ବାଦିକଙ୍କ ପାଇଁ ଖୋଲିବ ଲୋକସେବା ଭବନ ।