ଜଳୁଛି ଓଡିଶା, ପ୍ରଚଣ୍ଡ ତାତି ନେଇ ୮ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଏସଆରସି

ଭୁବନେଶ୍ୱର,୧୦/୦୬: ରାଜ୍ୟରେ ପ୍ରଚଣ୍ଡ ତାତିକୁ ଦୃଷ୍ଟିରେ ରଖି ୮ ଜିଲ୍ଲାପାଳଙ୍କ ପାଇଁ ନିର୍ଦ୍ଦେଶାନାମା ଜାରି କରିଛନ୍ତି ଏସଆରସି । ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୋନପୁର, ବଲାଙ୍ଗୀର, ବୌଦ୍ଧ ଓ ନୂଆପଡ଼ା ଜିଲ୍ଲା ପାଇଁ ଜାରି ହୋଇଛି ନିର୍ଦ୍ଦେଶନାମା । ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଶ୍ରମିକଙ୍କୁ ଘରୁ ନବାହାରିକୁ ପରାମର୍ଶ ଦିଆଯାଇଛି ।

ଏହାସହ ଏହି ସମୟ ମଧ୍ୟରେ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି । ସେହିପରି ହାଲୁକା, ଧଳା ଓ ସୂତା ବସ୍ତ୍ର ପରିଧାନ କରିବାକୁ କୁହାଯାଇଛି । ବାହାରକୁ ବାହାରିବା ସମୟରେ ମୁଣ୍ଡକୁ ଘୋଡ଼ାଇ ରଖିବା, ଓଦା କପଡ଼ା, ଛତା ଓ ଟୋପି ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । ଏଥିସହ ପ୍ରଚୁର ପାଣି, ଓଆରଏସ, ଲସି, ତୋରାଣି, ଆଖୁରସ, ଲେମ୍ବୁ ପାଣି ପିଇବାକୁ ପରାମର୍ଶ ଦିଆଯାଇଛି ।