ଦାୟିତ୍ୱ ଗ୍ରହଣ ପରେ ପିଏମ୍ କିଶାନ ନିଧି ଫାଇଲରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଥମ ଦସ୍ତଖତ

ନୂଆଦିଲ୍ଲୀ,୧୦/୦୬: ରବିବାର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥପାଠ କରିବା ପରେ ଆଜି ସର୍ବପ୍ରଥମେ ପିଏମ୍ କିଶାନ ନିଧି ଫାଇଲରେ ପ୍ରଥମ ଦସ୍ତଖତ କରିଛନ୍ତି ମୋଦୀ । ଏହି ଆଧାରରେ ଦେଶର କୋଟି ୩୦ ଲକ୍ଷ ଚାଷୀଙ୍କୁ ମିଳିବ ୨୦ ହଜାର କୋଟି । ଏହାସହ ଚାଷୀଙ୍କୁ ମିଳିବ ପିଏମ କିଶାନ ନିଧି ଯୋଜାନାରେ ୧୭ ତମ କିସ୍ତି । ଚାଷୀଙ୍କ କଲ୍ୟାଣ ମୋଦୀ ସରକାରଙ୍କ ଗୁରୁ ଦାୟିତ୍ୱ ବୋଲି ଫାଇଲରେ ଦସ୍ତଖତ ପରେ କହିଛନ୍ତି ମୋଦୀ । ଏହାସହ ମୋଦୀ ମନ୍ତ୍ରିମଣ୍ଡଳ ଶପଥ ନେବା ପରେ ଆଜି ବସୁଛି ପ୍ରଥମ କ୍ୟାବିନେଟ୍ ବୈଠକ । ସେହିପରି କେଉଁ ମନ୍ତ୍ରୀଙ୍କୁ କେଉଁ ମନ୍ତ୍ରାଳୟ ମିଳିବ, ତାହା ଉପରେ ନଜର ରହିଛି । ଗତକାଲି ମୋଦୀଙ୍କ ସହ ୩୦ ଜଣ କ୍ୟାବିନେଟ ମନ୍ତ୍ରୀ ଶପଥ ନେଇଛନ୍ତି । ୫ଜଣ ସ୍ୱାଧୀନ ରାଷ୍ଟ୍ରମନ୍ତ୍ରୀ ଏବଂ ୩୬ ଜଣ ରାଷ୍ଟ୍ରମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି । ଏମାନଙ୍କୁ କେଉଁ ବିଭାଗ ମିଳିବ ତାହା ଉପରେ ନଜର ରହିଛି ।