ଭୁବନେଶ୍ୱର, ୦୯/୦୬: ରାଜନୀତିରୁ ସନ୍ୟାସ ଘୋଷଣା କରିିଛନ୍ତି ଭିକେ ପାଣ୍ଡିଆନ୍ । ବିଜୁ ଜନତା ଦଳର ପରାଜୟ ପାଇଁ ମାଗିଲେ କ୍ଷମା । ସେ କହିଛନ୍ତି, ମୋ ବିରୋଧରେ ପ୍ରଚାର, ଦଳକୁ କ୍ଷତି ପହଞ୍ଚାଇଥିବାରୁ ମୁଁ ଦୁଃଖିତ । ହାତ ଯୋଡି ବିଜୁ ଜନତା ଦଳର କର୍ମୀଙ୍କୁ ମାଗିଲେ କ୍ଷମା । ପାଣ୍ଡିଆନ କହିଛନ୍ତି, ମୁଁ ରାଜନୀତିକୁ ଆସିଥିଲି କେବଳ ମୋ ଗୁରୁ ନବୀନ ପଟ୍ଟନାୟକଙ୍କ ସାହାର୍ଯ୍ୟ କରିବାକୁ । ମୁଁ ଦଳର କୌଣସି ପଦବୀରେ ବି ନଥିଲି, କି ପ୍ରାର୍ଥୀ ବି ହୋଇନଥିଲି । ମୁଁ ରାଜନୀତି ଭିତରେ ଯାହା ବି କାମ କରିଛି କେବଳ ଓଡିଶା ଆଉ ନବୀନ ପଟ୍ଟନାୟକଙ୍କ ପାଇଁ । ଚାକିରି କ୍ୟାରିୟରରେ ଭିତରେ ମୋ ପୈତୃକ ସମ୍ପତ୍ତି ଛଡା ସାରା ବିଶ୍ୱରେ ମୋର କେଉଁଠି ବି ସମ୍ପତ୍ତି ନାହିଁ ।