ଆଭ୍ୟନ୍ତରିଣ ଜିଲ୍ଲାରେ ଆଉ ୨ ଦିନ ଜାରି ରହିବ ଗ୍ରୀଷ୍ମ ପ୍ରବାହ

ଭୁବନେଶ୍ୱର,୦୯/୦୬: ସ୍ୱାଭାବିକ ସମୟର ୨ଦିନ ପୂର୍ବରୁ ଓଡିଶା ଛୁଇଁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଏହାର ପ୍ରଭାବରେ ମାଲକାନଗିରିରେ ପ୍ରବଳ ବର୍ଷା ହୋଇଛି । ଗତ ୨୪ ଘଂଟା ମଧ୍ୟରେ ମାଲକାନଗିରିରେ ସର୍ବାଧିକ ୫୫.୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସେହିପରି ଦାରିଙ୍ଗବାଡ଼ିରେ ୪୩, ଟିଟିଲାଗଡ଼ରେ ୨୩, କେନ୍ଦୁଝରରେ ୮.୭, ଫୁଲବାଣୀରେ ୭.୬, ଚାନ୍ଦବାଲିରେ ୪.୮ ମିଲିମିଟର ବର୍ଷା ହୋଇଛି । ଆଜି ମଧ୍ୟ ଏହି ସବୁ ଜିଲ୍ଲା ଓ କେତେକ ଆଭ୍ୟନ୍ତରିଣ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଉପକୂଳ ଓ କିଛି ଆଭ୍ୟନ୍ତରିଣ ଜିଲ୍ଲାରେ ଆଉ ୨ ଦିନ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲିସ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଚଳିତ ବର୍ଷ ଭଲ ବର୍ଷା ହେବା ନେଇ ମଧ୍ୟ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ ।