ଆଉ ଏକ ହାତୀର ମୃତ୍ୟୁ

କଳାହାଣ୍ଡି,୨୧/୨: କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟରେ ହାତୀ ମୃତ୍ୟୁ ମାମଲା ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ଆଜି ଘୁଷୁରିଗୁଡ଼ି ଅଞ୍ଚଳରୁ ଏକ ଛୁଆ ହାତୀର ଗଳିତ ମୃତଦେହ ଠାବ କରାଯାଇଛି। ଏହାସହ ୨୦ ଦିନ ମଧ୍ୟରେ ଅଭୟାରଣ୍ୟରେ ହାତୀ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ପାଇଛି । ସାହାଣ ରୋଗରେ ପୂର୍ବରୁ ୬ଟି ହାତୀଙ୍କ ମୃତ୍ୟୁ ହୋଇଥିଲା ବୋଲି ରଣ୍ୟରେ ରହିଛି। ଉଲ୍ଲେଖଯୋଗ୍ୟ ଯେ ଗତକାଲି ହାତୀମୃତ୍ୟୁର ଅନୁଧ୍ୟାନ କରିଥିଲା କେନ୍ଦ୍ରୀୟ ଟିମ୍‌ ।