ଏନଡିଏର ନେତା ଭାବେ ନିର୍ବାଚିତ ହେଲେ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ,୦୭/୦୬: ଏନଡିଏର ନେତା ଭାବେ ନିର୍ବାଚିତ ହେଲେ ନରେନ୍ଦ୍ର ମୋଦୀ । ଆଜି ସମ୍ବିଧାନ ଭବନରେ ଏନଡିଏ ସଂସଦୀୟ ଦଳର ବୈଠକ ବସିଥିଲା । ଯେଉଁଥିରେ ନରେନ୍ଦ୍ର ମୋଦୀଙ୍କୁ ଏନଡିଏ ମେଣ୍ଟର ନେତା ନିର୍ବାଚିତ କରାଯାଇଛି । ତେବେ ରାଜନାଥ ସିଂହ ଦଳର ବୈଠକରେ ଏହି ପ୍ରସ୍ତାବ ରଖିଥିଲେ । ଯାହାକି ସର୍ବସମ୍ମତି କ୍ରମେ ପାସ୍ ହେଇଥିଲା । ଏହି ସଂସଦୀୟ ଦଳ ବୈଠକରେ ବିଜେପିର ନବ ନିର୍ବାଚିତ ସାଂସଦଙ୍କ ସହିତ ଏନଡିଏରେ ସାମିଲ ଥିବା ବିଭିନ୍ନ ଦଳର ନେତା ସାମିଲ ଥିଲେ । ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ ।