ଅପରିବର୍ତ୍ତିତ ରହିଲା ରେପୋ ରେଟ୍

ଭୁବନେଶ୍ୱର,୦୭/୦୬: ଅପରିବର୍ତ୍ତିତ ରହିଲା ରେପୋ ରେଟ୍ । ରେପୋ ରେଟକୁ ୬.୫ ପ୍ରତିଶତ ରଖିଛନ୍ତି ରିଜର୍ଭ ବ୍ୟାଙ୍କ । ଏନେଇ ଆରବିଆଇ ଗର୍ଭଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି । ତେବେ ରିଜର୍ଭ ବ୍ୟାଙ୍କର ମନଟରି ପଲିସି ବୈଠକ ଶେଷ ହେଇଛି । ଯେଉଁଥିରେ ରେପୋ ରେଟ୍ ଅପରିବର୍ତ୍ତିତ ରଖିବା ନେଇ ନିଷ୍ପତ୍ତି ନିଆଯାଇଛି । ଏମପିସିର ୬ରୁ ୪ ଜଣ ସଦସ୍ୟ ରେପୋ ରେଟ୍ ସ୍ଥିର ରଖିବାକୁ ନିଷ୍ପତି ନେଇଥିଲେ । ସୂଚନାଯୋଗ୍ୟ ଯେ, ଗତ ୨୦୨୩ ମସିହା ଫେବ୍ରୁଆରୀ ମାସରୁ ରେପୋ ରେଟ୍ ସ୍ଥିର ରହିଛି । ସେବେଠୁ ଆଜି ପର୍ଯ୍ୟନ୍ତ ରେପୋ ରେଟ୍ ୬.୫ ପ୍ରତିଶତରେ ସ୍ଥିର ରହିଛି ।