ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତ ଅବଧୀ ବୃଦ୍ଧି, ଅନ୍ତରୀଣ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ,୫/୦୬: ଦିଲ୍ଲୀ ଅବକାରୀ ନୀତି ମାମଲାରେ ରାଓଜ ଏଭିନ୍ୟୁ କୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତ ଅବଧୀ ବୃଦ୍ଧି କରିଛନ୍ତି । ଏହାସହ କେଜ୍ରିୱାଲଙ୍କ ତରଫରୁ ଅନ୍ତରୀଣ ଜାମିନ ପାଇଁ କରାଯାଇଥିବା ଆବେଦନକୁ ଖାରଜ କରିଛନ୍ତି କୋର୍ଟ । ଏହାସହ କେଜ୍ରିୱାଲ ସ୍ୱାସ୍ଥ୍ୟାବସ୍ଥା ବାବଦରେ ସମ୍ବନ୍ଧିତ ବିଭାଗକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସଂପୃକ୍ତ ମାମଲାରେ କୋର୍ଟ କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତ ଅବଧିକୁ ଜୁନ ୧୯ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଆଜି କେଜ୍ରିୱାଲଙ୍କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋର୍ଟରେ ହାଜର କରାଯାଇଥିଲା । କେଜ୍ରିୱାଲ ମେଡିକାଲ ଗ୍ରାଉଣ୍ଡରେ ଆଉ ୭ ଦିନ ପାଇଁ ଅନ୍ତରୀଣ ଜାମିନ ମାଗିଥିଲେ ବି କୋର୍ଟ ଏହାକୁ ଖାରଜ କରିଦେଇଛନ୍ତି । କୋର୍ଟ ମେଡିକାଲ ଟିମକୁ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟ ବାବଦରେ ଯାଂଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।