ଓଡିଶା ନିର୍ବାଚନ ଫଳାଫଳକୁ ନେଇ ଓଡିଶାବାସୀଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ, ଆଉ କହିଲେ…

ଭୁବନେଶ୍ୱର,୪/୦୬: ଓଡିଶା ନିର୍ବାଚନ ଫଳାଫଳକୁ ନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୋଷ୍ଟ । ମୋଦୀ ପୋଷ୍ଟ କରି ଲେଖିଛନ୍ତି, ଓଡିଶାବାସୀଙ୍କୁ ଧନ୍ୟବାଦ । ବିଜେପି ଲୋକଙ୍କ ସ୍ୱପ୍ନକୁ ପୂରଣ କରିବାକୁ ଓ ଓଡିଶାର ପ୍ରଗତିକୁ ନୂଆ ଉଚ୍ଚତାରେ ପହଞ୍ଚାଇବା କୌଣସିରେ ହେଳା କରିବ ନାହିଁ । ଦଳର ସବୁ କର୍ମକର୍ତ୍ତାଙ୍କୁ ନେଇ ଆମେ ଗର୍ବିତ ।ଓଡିଶାରେ ବିଧାନସଭା ଆସନରେ ବିଜେପି ବିଜୟ ଆଡକୁ ଗତି କରୁଛି । ବିଜେପି ଏବେ ସୁଦ୍ଧା ୭୮ ସିଟରେ ଆଗୁଆ ରହିଥିବା ବେଳେ ବିଜେଡି ୫୧ ସିଟରେ ଆଗୁଆ ରହିଛି । ସେହିପରି କଂଗ୍ରେସ ୧୪ ଓ ଅନ୍ୟାନ୍ୟ ଦଳ ୪ ସିଟରେ ଆଗୁଆ ରହିଛି । ସେହିପରି ଲୋକସଭାର ୧୯ ସିଟରେ ବିଜେପି ଆଗୁଆ ରହିଥିବା ବେଳେ ବିଜେଡି ୧ ଓ କଂଗ୍ରେସ ୧ ସିଟରେ ଆଗୁଆ ରହିଛି ।