ହିଞ୍ଜିଳରେ ବିଧାନସଭା ଆସନରେ ବହୁମତରେ ବିଜୟ ହାସଲ କଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର,୪/୦୬: ହିଞ୍ଜିଳରେ ବିଧାନସଭା ଆସନରେ ବହୁମତରେ ବିଜୟ ହାସଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୪୩୯୩ ରେ ଭୋଟରେ ବିଜୟ ହାସଲ କରିଛନ୍ତି ବିଜେଡ଼ି ସୁପ୍ରିମୋ । ଏହି ଆସନରେ ତାଙ୍କ ବିପକ୍ଷରେ ବିଜେପି ପ୍ରାର୍ଥୀ ଶିଶିର କୁମାର ମିଶ୍ର ପ୍ରତିଦ୍ୱନ୍ଦିତା କରୁଥିଲେ । ହେଲେ ତାଙ୍କୁ ଏହି ଆସନରେ ନିରାଶ ହେବାକୁ ପଡ଼ିଛି ।

ସେପଟେ ଭୁବନେଶ୍ବର ଲୋକସଭା ଆସନରେ ପୁଣିଥରେ ବାଜିମାତ୍‌ କରିଛନ୍ତି ଅପରାଜିତା ଷଡ଼ଙ୍ଗୀ । ପ୍ରାରମ୍ଭିକ ଟ୍ରେଣ୍ଡିଂରେ ପଛରେ ପଡ଼ିଥିଲେ ସୁଦ୍ଧା ପରେ ଜବରଦସ୍ତ କମ୍‌ବ୍ୟାକ୍‌ କରିଥିଲେ ଅପରାଜିତା ଷଡ଼ଙ୍ଗୀ । ଏଥର ଭୁବନେଶ୍ବରରେ ତାଙ୍କୁ ୪ ଲକ୍ଷ ୯୯ ହଜାର ୨୪୫ ଭୋଟ ମିଳିଛି । ତାଙ୍କ ପଛରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି ମନ୍ମଥ ରାଉତରାୟଙ୍କୁ ୪ ଲକ୍ଷ ୫୯ ହଜାର ୨୩୪ ଭୋଟ୍‌ ମିଳିଛି । ୪୦ ହଜାର ୧୧ ଭୋଟ ବ୍ୟବଧାନରେ ବଡ଼ ବିଜୟ ହାସଲ କରିଛନ୍ତି ଅପରାଜିତା ।