ଚାଲିଛି ଭୋଟ୍ ଗଣତି, ଆସୁଛି ଟ୍ରେଣ୍ଡ : ରାଜ୍ୟରେ ବିଜେପି ଆଗରେ

ଭୁବନେଶ୍ୱର,୪/୦୬: ନିର୍ବାଚନ ୨୦୨୪ରେ ପ୍ରାର୍ଥୀଙ୍କ ଛାତି ଧଡ଼ଧଡ଼ ।ଏହାରିମଧ୍ୟରେ ଚାଲିଛି ଭୋଟ୍ ଗଣତି, ଆସୁଛି ଟ୍ରେଣ୍ଡ । ବର୍ତ୍ତମାନ ସୁଦ୍ଧା ଟ୍ରେଣ୍ଡରେ, ରାଜ୍ୟରେ ବିଜେପି ଆଗରେ ଚାଲୁଥିବାବେଳେ, ପଛରେ ପଡିଛି ବିଜେଡି । ୧୪୭ ବିଧାନସଭା ଆସନରୁ ୯୪ ବିଧାନସଭା କ୍ଷେତ୍ରର ଟ୍ରେଣ୍ଡ ସାମ୍ନାକୁ ଆସିଥିବାବେଳେ, ତା ଭିତରୁ ୫୦ଟି ସିଟରେ ଆଗୁଆ ଅଛନ୍ତି ବିଜେପି ପ୍ରାର୍ଥୀ । ସେହିପରି ୩୫ ଆସନରେ ବିଜେଡି ପ୍ରାର୍ଥୀ ଏବଂ ୭ଟି ଆସନରେ କଂଗ୍ରେସ ପ୍ରାର୍ଥୀ ଆଗରେ ରହିଛନ୍ତି । ଘଷିପୁରା ଆସନରେ ସ୍ୱାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ ଆଗୁଆ ରହିଛନ୍ତି ।