ନିର୍ବାଚନ ଫଳାଫଳ ପୂର୍ବରୁ ECIଙ୍କ ପ୍ରେସମିଟ୍

ଭୁବନେଶ୍ୱର,୦୩/୦୬: ଆସନ୍ତାକାଲି ଓଡ଼ିଶାରେ ଭୋଟ୍ ଗଣତି ହେବ । ନିର୍ବାଚନ ଫଳାଫଳ ପୂର୍ବରୁ ଆଜି ଇତିହାସରେ ପ୍ରଥମ ଥର ପାଇଁ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ୨୦୨୪ ମତଦାନକୁ ନେଇ ସିଇସି ରାଜୀବ କୁମାର କିଛି ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି । ରାଜୀବ କୁମାର କହିଛନ୍ତି , ଚଳିତ ନିର୍ବାଚନ ମତଦାନ ସାରା ବିଶ୍ୱରେ ଐତିହାସିକ ରେକର୍ଡ ସୃଷ୍ଟି କରିଛି । ଏହାଛଡା ସବୁଠୁ ଅଧିକ ସଂଖ୍ୟକ ଭୋଟର ମତଦାନ ଦେଇଛନ୍ତି । ବିଶେଷ କରି ଜମ୍ମୁ-କାଶ୍ମୀର ଭଳି ସମ୍ବୋଦନଶୀଳ ଅଞ୍ଚଳରେ ଚଳିତ ବର୍ଷ ସର୍ବାଧିକ ଭୋଟର ମତଦାନ କରିଛନ୍ତି । ଏହାସହ ପୂର୍ବ ନିର୍ବାଚନ ଅପେକ୍ଷା ଚଳିତ ବର୍ଷ ନିର୍ବାଚନରେ ସର୍ବାଧିକ ମହିଳା ଭୋଟର ନିଜର ମତସାବ୍ୟସ୍ତ କରିଛନ୍ତି । ଏଥର ୩୧ କୋଟି ମହିଳା ଭୋଟ୍ ଦେଇଛନ୍ତି, ଯାହା କି ପ୍ରଥମ ଥର ପାଇଁ ରେକର୍ଡ ସୃଷ୍ଟି କରିଛି ।