ଫତେଗଡରେ ଟ୍ରେନ ଦୁର୍ଘଟଣା, ଦୁଇ ଲୋକୋ ପାଇଲଟ୍ ଆହତ

ନୂଆଦିଲ୍ଲୀ,୨/୦୬: ବାହାନଗା ଟ୍ରେନ ଟ୍ରାଜେଡିକୁ ପୁରିଲା ବର୍ଷେ । ଆଜିର ଦିନରେ ପୁଣି ପଞ୍ଜାବ ଫତେଗଡ ସାହିବ ସରୀହିନ୍ଦ ମାଧୋପୁର ନିକଟରେ ସକାଳୁ ସକାଳୁ ବଡ ଦୁର୍ଘଟଣା ଘଟିଛି । ମୁହାଁମୁହିଁ ଧକ୍କା ହୋଇଛନ୍ତି ଦୁଇ ମାଲବାହୀ ଟ୍ରେନ୍ । ଏହି ଦୁର୍ଘଟଣାରେ ଦୁଇ ଟ୍ରେନର ଲୋକୋ ପାଇଲଟ୍ ଗୁରୁତର ହୋଇଛନ୍ତି । ଦୁଇ ଲୋକୋ ପାଇଲଟଙ୍କୁ ଗୁରୁତର ଅବସ୍ଥାରେ ଫତେଗଡ ସାହିବ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ସେମାଙ୍କର ସ୍ଥିତି ଗମ୍ଭୀର ହେବାରୁ ସେମାନଙ୍କୁ ରାଜିନ୍ଦର ହସ୍ପିଟାଲକୁ ରେଫର କରାଯାଇଥିବା ଜଣାପଡିଛି ।