ଜୁନ୍ ୩ରେ ଘଟିବ ମହାଜାଗତିକ ଘଟଣା, ଏକ ଧାଡିରେ ଦେଖାଯିବେ ୬ ଗ୍ରହ

ଭୁବନେଶ୍ୱର, ୨/୦୬: ଜୁନ୍ ୩ ରାତିରେ ଏବଂ ୪ ଜୁନ୍ ସକାଳରେ ଆକାଶରେ ଏକ ଚମତ୍କାର ମହାଜାଗତିକ ଘଟଣା ଘଟିବ। ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖାଯିବ। ଏହା ଏକ ବିରଳ ଦୃଶ୍ୟ। ୬ ଟି ଗ୍ରହ ଏକ ଧାଡିରେ ଦେଖାଯିବେ। ଉଦୟ ସୂର୍ଯ୍ୟଙ୍କ ନିକଟରେ ଏହା ଦୃଶ୍ୟମାନ ହେବ। ଶନି ଏବଂ ଅର୍ଦ୍ଧଚନ୍ଦ୍ର ମଧ୍ୟରେ ଲାଲ ରଙ୍ଗର ମଙ୍ଗଳ ଦେଖାଯିବ। ଏହି ଦୃଶ୍ୟ ଭୋର୍ ପ୍ରାୟ ୫ ଟା ପୂର୍ବରୁ ସୂର୍ଯ୍ୟୋଦୟ ପୂର୍ବରୁ ଦେଖିବାକୁ ମିଳିବ। ନାସା ଏ ସମ୍ପର୍କରେ ଏକ ସତର୍କ ସୂଚନା ଜାରି କରିଛି।

ସୂର୍ଯ୍ୟୋଦୟ ହେବାର କିଛି ମିନିଟ୍ ପୂର୍ବରୁ ବୁଧ, ମଙ୍ଗଳ, ବୃହସ୍ପତି, ଶନି, ନେପଚୁନ୍ ଏବଂ ୟୁରାନ୍ସ ଧାଡ଼ିରେ ରହିବେ। କିନ୍ତୁ ସମସ୍ତ ଗ୍ରହ ଖାଲି ଆଖିରେ ଦୃଶ୍ୟମାନ ହୋଇପାରିବେ ନାହିଁ। ଏହି ମହାଜାଗତିକ ଦୃଶ୍ୟ ଦେଖିବା ପାଇଁ ବାଇନୋକୁଲାର ବ୍ୟବହାର କରିବାକୁ ପଡିବ। ନାସା ଏହି ବିରଳ ଦୃଶ୍ୟକୁ ସିଧା ପ୍ରସାରଣ କରିବ। ଯଦିଓ ଏହା ଭାରତରେ ଦୃଶ୍ୟମାନ ହେବ ନାହିଁ, କିନ୍ତୁ ଏହି ଦୃଶ୍ୟ କେତେକ ଦେଶରେ ସ୍ପଷ୍ଟ ଦେଖାଯିବ।