ବୁଥ୍ ଆଗରେ ଲଙ୍କା କାଣ୍ଡ, ସ୍ତ୍ରୀ କୁ ହାଣିଲ ସ୍ୱାମୀ

ଭୁବନେଶ୍ୱର, ୧/୦୬: ବୁଥ୍ ଆଗରେ ଲଙ୍କା କାଣ୍ଡ । ବୁଥ୍ ଆଗରେ ସ୍ତ୍ରୀକୁ ହାଣିଲା ସ୍ୱାମୀ । ଭଦ୍ରକ ଗ୍ରାମାଞ୍ଚଳ ଥାନା ମୁକ୍ତାଡିହି ଗାଁର ୪ ନମ୍ବର ବୁଥରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୂଚନା ମୁତାବକ, ପାରିବାରିକ କଳହକୁ ନେଇ ସ୍ତ୍ରୀ କିଛି ଦିନ ପୂର୍ବରୁ ତାଙ୍କ ବାପ ଘରକୁ ଚାଲିଯାଇଥିଲେ । ହେଲେ ଭୋଟ ଦେବାକୁ ନିଜ ଦାଦାଙ୍କ ସହ ବୁଥକୁ ଆସିଥିବାବେଳେ ସ୍ୱାମୀ ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।