ଓଡ଼ିଶାରେ ଶେଷ ପର୍ଯ୍ୟାୟ ମତଦାନ, ସକାଳ ୯ଟା ସୁଦ୍ଧା ୭.୬୯ ପ୍ରତିଶତ ମତଦାନ 

ଭୁବନେଶ୍ୱର,୧/୦୬: ଭୋଟ୍ ଦେଉଛି ଓଡିଶା । ଶେଷ ପର୍ଯ୍ୟାୟରେ ଆଜି ରାଜ୍ୟର ୬ ଲୋକସଭା ଏବଂ ୪୨ ବିଧାନସଭା ଆସନ ପାଇଁ ପଡୁଛି ଭୋଟ୍ । ତେବେ ମିଳିଥିବା ସୂଚନା ମୁତାବକ ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟରେ ସକାଳ ୯ଟା ସୁଦ୍ଧା ୭.୬୯ ପ୍ରତିଶତ ଭୋଟ୍ ପଡିଛି । ବାଲେଶ୍ୱର ଜିଲ୍ଲାରେ ୭.୭୭ ପ୍ରତିଶତ ଭୋଟ୍ ପଡିଥିବାବେଳେ, ଭଦ୍ରକ ଜିଲ୍ଲାରେ ୭.୭୯ ପ୍ରତିଶତ ଭୋଟ୍ ପଡିଛି । ଅନ୍ୟପଟେ କଟକ ଜିଲ୍ଲାରେ ୬.୭୯ ପ୍ରତିଶତ, ଜଗତସିଂହପୁରରେ ୮.୨୩ ପ୍ରତିଶତ, ଯାଜପୁରରେ ୭.୭୪ ପ୍ରତିଶତ, କେନ୍ଦ୍ରାପଡାରେ ୭.୯୦ ପ୍ରତିଶତ, ମୟୂରଭଞ୍ଜରେ ୭.୧୦ ପ୍ରତିଶତ ଏବଂ ପୁରୀ ଜିଲ୍ଲାରେ ୮.୯୦ ପ୍ରତିଶତ ମତଦାନ ହେଇଛି । ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ବାଲେଶ୍ୱର, ଭଦ୍ରକ ଓ ମୂୟରଭଞ୍ଜ ଲୋକସଭା ଆସନ ସହ ଏହି ସଂସଦୀୟ କ୍ଷେତ୍ରର ୪୨ ବିଧାନସଭା ଆସନରେ ଆଜି ପଡିବ ଭୋଟ ।