ଦେଶକୁ ଫେରିଲା ବିଦେଶରେ ବନ୍ଧକ ପଡ଼ିଥିବା ୧ ଲକ୍ଷ କିଲୋ ସୁନା

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ବା ଆର୍‌ବିଆଇ ବିଦେଶରେ ବନ୍ଧକ ରଖିଥିବା ଶହେ ଟନ୍ ସୁନାକୁ ଏବେ ନିଜ ଦେଶକୁ ଫେରାଇ ଆଣିଛି। ଭାରତୀୟଙ୍କ ପାଇଁ ଖୁସିର କଥାରେ ବ୍ରିଟେନରୁ ୧୦୦ ଟନ୍‌ ବା ୧ ଲକ୍ଷ କିଲୋଗ୍ରାମ୍‌ ସୁନା ଭାରତ ଫେରିଆସିଛି। ଆଗାମୀ ଦିନରେ ବିଦେଶରେ ବନ୍ଧକ ପଡିଥିବା ଆହୁରି ସୁନାକୁ ମଧ୍ୟ ଦେଶକୁ ଫେରାଇ ଅଣାଯିବାକୁ ଯୋଜନା କରାଯାଉଛି । ତେବେ ୧୯୯୧ ମସିହାରେ ବନ୍ଧକ ରଖାଯାଇଥିବା ଏହି ସୁନାକୁ ଏବେ ଆରବିଆଇର ଷ୍ଟକରେ ସାମିଲ କରାଯାଇଛି । ଭାରତୀୟ ରିଜର୍ଭ ବ୍ୟାଙ୍କର ଅଧାରୁ ଅଧିକ ସୁନା ବ୍ୟାଙ୍କ୍ ଅଫ୍ ଇଂଲଣ୍ଡ ଏବଂ ବ୍ୟାଙ୍କ୍ ଅଫ୍ ଇଣ୍ଟରନ୍ୟାସନାଲ ସେଟଲମେଣ୍ଟସ୍ ପାଖରେ ରହିଛି।

୧୯୯୧ ମସିହାରେ ଚନ୍ଦ୍ରଶେଖର ସରକାରଙ୍କ ସମୟରେ ଆର୍ଥିକ ସନ୍ତୁଳନ ରକ୍ଷା କରିବାକୁ ରିଜର୍ଭ ବ୍ୟାଙ୍କର ସୁନାକୁ ବନ୍ଧକ ରଖାଯାଇଥିଲା ।