ଦିନକରେ ସୁନ୍ଦରଗଡରେ ୧୪ ଜଣଙ୍କ ଅସ୍ୱାଭାବିକ ମୃତ୍ୟୁ

ଭୁବନେଶ୍ୱର, ୩୦/୦୫: ଦିନକରେ ସୁନ୍ଦରଗଡରେ ୧୪ ଜଣଙ୍କ ଅସ୍ୱାଭାବିକ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ରାଉରକେଲା ଜେନେରାଲ ହସ୍ପିଟାଲରେ ୧୦ ଜଣଙ୍କ ମୃତ୍ୟୁ  ହୋଇଥିବା ବେଳେ ସୁନ୍ଦରଗଡ ହସ୍ପିଟାଲରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ୪ ଜଣଙ୍କ ମୃତ୍ୟୁ ନେଇ ଏଡିଏମଓ ସୂଚନା ଦେଇଥିବା ବେଳେ ୧୦ ଜଣଙ୍କ ମୃତ୍ୟୁ ନେଇ ଆରଜିଏଚ କର୍ତ୍ତୃପକ୍ଷଙ୍କ ସୂଚନା । ଅଂଶୁଘାତ ଜନିତ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି ।