ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ମତଦାନ ନେଇ ସିଇଓଙ୍କ ପ୍ରେସମିଟ

ନୂଆଦିଲ୍ଲୀ,୩୦/୦୫: ଚତୁର୍ଥ ପର୍ଯ୍ୟାୟ ମତଦାନ ନେଇ ସିଇଓଙ୍କ ପ୍ରେସମିଟ। ସେ କହିଛନ୍ତି ଯେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟରେ ରାଜ୍ୟରେ ୯୯ ଲକ୍ଷ ୬୧ ହଜାର ଭୋଟର ମତଦାନ କରିବେ । ୫୦ ଲକ୍ଷ ୮୮ ହଜାର ପୁରୁଷ ଭୋଟର ରହିଥିବା ବେଳେ ୪୮ ଲକ୍ଷ ୭୨ ହଜାର ମହିଳା ଭୋଟର । ସେହିପରି ୬ ହଜାର ୮୭ ଜଣ ତୃତୀୟ ଲିଙ୍ଗି ଭୋଟର ରହିଛନ୍ତି । ୧୦ ହଜାର ୮୮୨ଟି ମତଦାନ କେନ୍ଦ୍ରରେ ମତଦାନ କରିବେ ଭୋଟର । ୧୪ଶହ ବୁଥ୍ ମହିଳାଙ୍କ ଦ୍ୱାରା ପରିଚାଳିତ ହେବ । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ୪୬୦ ଜଣ ପ୍ରାର୍ଥୀ ରହିଛନ୍ତି । ୩୯୪ ବିଧାନସଭା ପ୍ରାର୍ଥୀ ଓ ୬୬ ଜଣ ଲୋକସଭା ପ୍ରାର୍ଥୀ ରହିଛନ୍ତି । ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ପାଇଁ ୧୨୫ କମ୍ପାନୀ ସିଏପିଏଫ୍ ମୁତୟନ ହେବେ ।