ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଲେ ଭି.କେ ପାଣ୍ଡିଆନ୍

ଭୁବନେଶ୍ୱର,୩୦/୦୫: ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଲେ ଭି.କେ ପାଣ୍ଡିଆନ୍ । ସେ କଟାକ୍ଷ କରି କହିଛନ୍ତି , ବିଜେପି ନିଜର ଜ୍ୟୋତିଷ ପରିବର୍ତ୍ତନ କରୁ । ବିଜେପି ସବୁବେଳେ ନିଜର ଷ୍ଟ୍ରାଟେଜି ପରିବର୍ତ୍ତନ କରୁଛି । ସବୁ ରାଜ୍ୟରେ ବ୍ୟକ୍ତିଗତ ଆକ୍ଷେପ କରେ ବିଜେପି । ବ୍ୟକ୍ତିଗତ ସ୍ତରରେ ଆକ୍ଷେପ କରିବା ବିଜେପିର ଷ୍ଟାଣ୍ଡାର୍ଡ ଫର୍ମୁଲା। ଓଡିଶାବାସୀ କେବେ ବି ମୁଖ୍ୟମନ୍ତ୍ରୀଙ୍କ ଅସମ୍ମାନକୁ ଗ୍ରହଣ କରିବେ ନାହିଁ । ଓଡିଶାବାସୀ କେବେ ଆମ ଲୋକ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଉପରେ ଅସମ୍ମାନ ହେବା ଭଳି କଥାକୁ ପସନ୍ଦ କରିବେନାହିଁ । ଓଡିଶା ବାସୀ ଶାନ୍ତି ପ୍ରିୟ ଲୋକ ଚୁପ୍ ରହିବେ ଭୋଟରେ ଦେଖାଇବେ । ବିଜେପି ଦେଶରେ ୧୦ ବର୍ଷ ହେବ କ୍ଷମତାରେ ଅଛି । ୧୦ ବର୍ଷ କ୍ଷମତା ଭିତରେ ଓଡିଶାରେ କେତେ ରାସ୍ତା ତିଆରି କରିଛନ୍ତି । ଯଦି କୋଷ୍ଟାଲ ହାଇୱେ କରିଥାନ୍ତେ ତାହେଲେ ଓଡିଶାର ଅନେତ ବିକାଶ ହୋଇଥାନ୍ତି, ରାଜ୍ୟକୁ ଶୀଳ୍ପ ଆସିଥାନ୍ତି । ୧୦ ବର୍ଷ କ୍ଷମତାରେ ଥାଇ କିଛି କରିପାରିଲେ ନାହିଁ କିନ୍ତୁ ନିର୍ବାଚନର ୧୦ ଦିନ ଆଗରୁ ଓଡିଶା କଥା ମନେପଡିଗଲା । ବିଜେପି ଯେତେବି ବ୍ୟକ୍ତିଗତ ଆକ୍ରମଣ କରୁ ଏହାର ପ୍ରଭାବ ମୁଖ୍ୟମନ୍ତ୍ରୀଙ୍କ ଉପରେ ପଡିବ ନାହିଁ । ଓଡିଶାବାସୀ ଏହାକୁ ଗ୍ରହଣ କରିବେ ନାହିଁ ।