ରାଜଧାନୀ ଦିଲ୍ଲୀରେ ପାରଦ ଟପିଲା ୫୦ଡିଗ୍ରୀ

ନୂଆଦିଲ୍ଲୀ,୨୯/୦୫: ଅସହ୍ୟ ତାତି ଓ ଗରମରେ ଛଟପଟ ଦେଶର ଅଧିକାଂଶ ସ୍ଥାନ । ରାଜଧାନୀ ଦିଲ୍ଲୀରେ ପାରଦ ୫୦ଡିଗ୍ରୀ ଟପିଥିବାବେଳେ ରାଜସ୍ଥାନରେ ମଧ୍ୟ ସମାନ ସ୍ଥିତି। ଗରମରେ କଲବଲ ହେଉଛି ଉତ୍ତରଭାରତ । ସେପଟେ ଅଂଶୁଘାତ ଜନିତ ଗୁରୁତର ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।  ପାଣିପାଗ ବିଜ୍ଞାନୀଙ୍କ ସୂଚନା ଅନୁସାରେ ଆଗାମୀ ୪ଦିନରେ ଆହୁରି ବଢ଼ିବ ତାତି । ଦିଲ୍ଲୀ ଓ ବେଙ୍ଗାଲୁରରରେ ପାଣିର ଅଭାବ ବଡ ସମସ୍ୟା ଭାବେ ଉଭା ହୋଇଛି ।  ଦିଲ୍ଲୀରେ ପ୍ରତିଦିନ ୨ଶହରୁ ଅଧିକ ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସିଛିି ।