କୋଭିଡ ଗାଇଡଲାଇନ କଡାକଡି ଭାବେ ପାଳନ କରିବାକୁ ରାଜ୍ୟ ସରକାରଙ୍କ ନିର୍ଦେଶ

ଭୁବନେଶ୍ୱର, ୧୯/୨: ରାଜ୍ୟରେ କ ରୋନା ସଂକ୍ରମଣ କମିଛି। କିନ୍ତୁ ମହାରାଷ୍ଟ୍ରରେ କରୋନା ବଢ଼ିବା ପରେ ସବୁ ପରିସ୍ଥିତି କୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି।  କୋଭିଡ ଗାଇଡଲାଇନ କଡାକଡ଼ି ଭାବେ କାର୍ଯ୍ୟକାରିତା କରିବାକୁ ସବୁ ଜିଲ୍ଲାପାଳମାନଙ୍କୁ ACS ପ୍ରଦୀପ୍ତ ମହାପାତ୍ର ଚିଠି ଲେଖିଛନ୍ତି। ଏହାସହ କୋଭିଡ ଗାଇଡଲାଇନ ଅନୁସାରେ ଟେଷ୍ଟିଂ ପର୍ଯ୍ୟାପ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପଟେ ଜନଗହଳିପୂର୍ଣ୍ଣ ସ୍ଥାନରେ କଟକଣା ବଢ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଛି।