ଶ୍ରୀକ୍ଷେତ୍ରରେ ଭଉଁରି ତିଥିରେ ଚକ ଓ ଅଖ ଡେରା ନୀତି

ଭୁବନେଶ୍ୱର,୨୯/୦୫: ଆଉ ଦିନ କେଇଟା ଗଲେ ମହାପ୍ରଭୁଙ୍କ ରଥଯାତ୍ରା। ଏହାରିମଧ୍ୟରେ ପୁରୀ ରଥଖଳାରେ ଜୋରସୋରରେ ଚାଲିଛି ରଥ ନିର୍ମାଣ କାମ । ତିନି ରଥର ଚକ ନିର୍ମାଣ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପରମ୍ପରା ଅନୁସାରେ ଆଜି ଭଉଁରି ତିଥିରେ ଚକ ଓ ଅଖ ଡେରା ନୀତି ପରେ ନିର୍ମାଣ ସରିଥିବା ଚକଗୁଡ଼ିକୁ ବିଧି ଅନୁସାରେ ବାହାରକୁ ନିର୍ଦ୍ଦିଷ୍ଟ ସ୍ଥାନକୁ ଅଣାଯିବ । ଗତକାଲି ସିଙ୍ଗଡ଼ା ବାଡ଼ିଆ ସରିଥିବା ତୁମ୍ବଗୁଡ଼ିକରେ ବିନ୍ଧ କାରିଗରଙ୍କ ଦ୍ୱାରା ଅଖବିନ୍ଧ ହୋଇଛି ।

ତିନି ରଥର ମହାରଣା ସେବକମାନେ ମାପ ପ୍ରକାରେ ବଳକା ଅର କଟିଂ ତଥା ସାଲ କାର୍ଯ୍ୟ ଶେଷ କରିଛନ୍ତି । ମହାରଣା ସେବକମାନେ ଚକ ପ୍ରସ୍ତୁତ ପାଇଁ ୮ଟି ଲେଖାଏଁ ପଇ ବିନ୍ଧ ଶେଷ କଲା ପରେ ତିନି ରଥର ସିଙ୍ଗଡ଼ାରେ ପଇ ସଂଯୋଗ ଶେଷ କରିଛନ୍ତି ।