ଖୁବ ଶିଘ୍ର ବିଶ୍ୱ ନୂଆ ଏକ ମହାମାରୀର ସମ୍ମୁଖୀନ ହେବ, ସାର ପାଟ୍ରିକ ଭାଲାନ୍ସଙ୍କ ସତର୍କବାଣୀ

ନୂଆଦିଲ୍ଲୀ,୨୮/୦୫: ପୁଣି ବିପଦରେ ବିଶ୍ୱ! ଚିନ୍ତା ବଢ଼ାଇଲା ବ୍ରିଟେନର ପୂର୍ବତନ ବରିଷ୍ଠ ବୈଜ୍ଞାନିକ ସାର ପାଟ୍ରିକ ଭାଲାନ୍ସଙ୍କ ସର୍ତକବାଣୀ । ଖୁବ ଶିଘ୍ର ବିଶ୍ୱ ନୂଆ ଏକ ମହାମାରୀର ସମ୍ମୁଖୀନ ହେବା ନେଇ ସେ ସର୍ତକ କରାଇଛନ୍ତି । ଏବେଠୁ ହିଁ ଏହାର ମୁକାବିଲା ପାଇଁ ସମସ୍ତ ଦେଶ ପ୍ରସ୍ତୁତ ରହିବା ଜରୁରୀ ବୋଲି ଭାଲାନ୍ସ କହିଛନ୍ତି । କୋଭିଡ ମହାମାରୀ ସମୟରେ ବିଶ୍ୱ ଯେଉଁଭଳି ଭାବେ କଠିନ ପରିସ୍ଥିତି ଦେଇ ଗତି କରିଥିଲା ସେଭଳି ପରିସ୍ଥିତିର ମୁକାବିଲାର ଆବଶ୍ୟକତା ପୂର୍ବରୁ ହିଁ କରିବା ଜରୁରୀ । ଏଥିସହ ଆଗକୁ ବିଟ୍ରେନରେ ନିର୍ବାଚନ ହେବାକୁ ଯାଉଛି ଏଭଳି ସ୍ଥିତିରେ ସରକାର ଅଧିକରୁ ଅଧିକ ସଜାଗ ରହିବା ଜରୁରୀ ବୋଲି ଭାଲାନ୍ସ ନିଜ ବୟାନରେ କହିଛନ୍ତି ।