ଆଗୁଆ ଆସିପାରେ ମୌସୁମୀ, ଓଡ଼ିଶାରେ ହେବ ଭଲ ବର୍ଷା!

ଭୁବନେଶ୍ୱର,୨୮/୦୫: ଏଥର ଆଗୁଆ ଆସିପାରେ ମୌସୁମୀ ଏବଂ ଓଡିଶା ହୋଇପାରେ ଭଲ ବର୍ଷା । ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବର୍ତ୍ତମାନ ପାଗ ଅନୁକୂଳ ଥିବାରୁ ମେ’ ୩୧ରେ କେରଳ ଛୁଇଁପାରେ ମୌସୁମୀ । ଆଉ ରଜବେଳକୁ ଓଡିଶା ଛୁଇଁବ ମୌସୁମୀ ।ତେବେ ୨୦୨୩ରେ ବିଳମ୍ବରେ ପହଞ୍ଚିଥିଲା ମୌସୁମୀ । ଆଉ ନିଅଣ୍ଟିଆ ବର୍ଷାର କଷ୍ଟ ଭୋଗିଥିଲା ଓଡ଼ିଶା ।ଏଥର ଆଗୁଆ ମୌସୁମୀ ଆସୁଛି । ଆଉ ଓଡ଼ିଶାର ଅଧିକାଂଶ ସ୍ଥାନରେ ସ୍ୱାଭାବିକ ବର୍ଷା ହେବା ସମ୍ଭାବନା ରହିଛି ।

କେରଳ ଛୁଇଁବା ପରେ ପୁଡୁଚେରୀ, ତାମିଲନାଡୁ, ଉତ୍ତର-ପୂର୍ବ ଭାରତର କିଛି ଅଞ୍ଚଳରେ ପ୍ରବେଶ କରିବ ମୌସୁମୀ । ଏଥର ଦେଶରେ ମୌସୁମୀ ବାୟୁ ସ୍ୱାଭାବିକ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଚଳିତ ବର୍ଷ ଭଲ ବର୍ଷା ହେବ ବୋଲି ଆକଳନ କରାଯାଉଛି ।