କଏଦୀଙ୍କ ପାଇଁ ଲାଗିବ କିଓସ୍କ ମେସିନ

ଭୁବନେଶ୍ୱର, ୧୯/୨: ରାଜ୍ୟର ସବୁ ଜେଲ୍‌ରେ କଏଦୀଙ୍କ ପାଇଁ  କିଓସ୍କ ମେସିନ ଲାଗିବ ବୋଲି ସୂଚନା ମିଳିଛି। ଯାହା ଦ୍ୱାରା ସବୁ ମାମଲାର ସ୍ଥିତି ଓ ଜାମିନ ଆବେଦନର ସ୍ଥିତି ଜାଣିପାରିବେ କଏଦୀ । କାରାଗାର ଓ ସଂଶୋଧନ ସେବା ସମୂହ ନିର୍ଦେଶାଳୟ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଏନେଇ ଟ୍ବିଟ୍‌ ଯୋଗେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।