ମୟୂରଭଞ୍ଜରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪/୦୫: ମୟୂରଭଞ୍ଜରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଜିଲ୍ଲାର ଦୁଇଟି ସ୍ଥାନରେ ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବାରିପଦା ବିଜେଡି ନେତା ଓ କର୍ମୀ ବେଶ ଉତ୍ସାହିତ ଅଛନ୍ତି । ପ୍ରଚାର ସଭାରେ ସାମିଲ ହୋଇ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି। ହେଲିକପ୍ଟର ଯୋଗେ ରାଇରଙ୍ଗପୁର ସ୍ଥିତ କନ୍ୟାଆଶ୍ରମ ପଡ଼ିଆରେ ପହଂଚିବା ପରେ ସ୍ଥାନୀୟ କଚେରୀ ପଡ଼ିଆରେ ଆୟୋଜିତ ନିର୍ବାଚନୀ ସଭାକୁ ଯାଇଥିଲେ । ସେଠାରେ ପ୍ରଚାର ସମାବେଶରେ ଯୋଗ ଦେଇଛନ୍ତି ନବୀନ । ଏହାପରେ ସିଧା ସଳଖ ବାରିପଦା ସହରର ଐତିହାସିକ ଛଉ ପଡିଆ ଠାରେ ପହଁଚି ପ୍ରଚାର ସଭାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିବେ ।