ଆସନ୍ତା ୨୯ରେ ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୨୨/୦୫: ନିର୍ବାଚନ ପ୍ରଚାର ପାଇଁ ଆସନ୍ତା ୨୯ ତାରିଖରେ ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ସେ ପ୍ରଥମେ ବାଲେଶ୍ୱର ପରେ କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ର ପାଇଁ ପ୍ରଚାର କରିବେ । ବାଲେଶ୍ୱରରର ବିଜେପିର ସାଂସଦ ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ ଏବଂ କେନ୍ଦ୍ରାପଡାର ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ପାଇଁ ପ୍ରଚାର କରିବେ । ଏନେଇ ରାଜ୍ୟ ବିଜେପିର ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର ସୂଚନା ଦେଇଛନ୍ତି । ଚଳିତ ନିର୍ବାଚନ ଭିତରେ ମୋଦୀଙ୍କ ଏହା ଚତୁର୍ଥ ଓଡ଼ିଶା ଗସ୍ତ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ବ୍ରହ୍ମପୁର, ଭୁବନେଶ୍ୱର, ପୁରୀ, ସମ୍ବଲପୁର ଆଦି ସ୍ଥାନରେ ବିଜେପି ପାଇଁ ପ୍ରଚାର କରିସାରିଛନ୍ତି । ସେହିପରି ଆସନ୍ତା ୨୫ ତାରିଖରେ ଗୃହମନ୍ତ୍ରୀ ଅମିତ ଶାହା ପୁଣି ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି । ବାରିପଦା, ଚାନ୍ଦବାଲି, କୋେଇଇ, ଜଗତସିଂହପୁରରେ ନିମାପଡାରେ ଶାହାଙ୍କ ସମାବେଶ ରହିଛି ।