ବିଜେଡିରୁ ଇସ୍ତଫା ଦେଲେ ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ

ଭୁବନେଶ୍ୱର,୨୨/୦୫: ବିଜେଡିରୁ ଇସ୍ତଫା ଦେଇଛନ୍ତି ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ । ବିଜେଡି ସୁପ୍ରିମୋଙ୍କୁ ଇସ୍ତଫାପତ୍ର ପଠାଇବା ସହ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଏହାସହ ଏକ ଭିଡ଼ିଓ ବାର୍ତ୍ତା ମଧ୍ୟ ଜାରି କରିଛନ୍ତି । ବିଧାୟକ ଭାବେ ଲୋକଙ୍କ ସେବା କରିବାକୁ ସୁଯୋଗ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇବା ସହ ଆଗାମୀ ଦିନରେ ମଧ୍ୟ ସିମୁଳିଆ ଓ ଖଇରାବାସୀଙ୍କ ସେବା କରିବେ ବୋଲି କହିଛନ୍ତି ଜ୍ୟୋତିପ୍ରକାଶ । ସେ ସିମୁଳିଆରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି । ଚଳିତ ନିର୍ବାଚନରେ ଦଳ ତାଙ୍କୁ ଟିକେଟ ନଦେଇ ନୂଆ ଚେହେରା ଭାବେ ଶୁଭାସିନୀ ସାହୁଙ୍କୁ ସୁଯୋଗ ଦେଇଥିଲା । ଯାହାକୁ ନେଇ ଜ୍ୟୋତିପ୍ରକଶ ପାଣିଗ୍ରାହୀ ଅସନ୍ତୁଷ୍ଟ ଥିଲେ ।