ମନ୍ମଥ ରାଉତରାୟଙ୍କ ପାଇଁ ଭୋଟ୍ ମାଗିଲେ ମୁଖ୍ୟମନ୍ତ୍ରୀ, କହିଲେ ସେବା ପାଇଁ ପାଇଲଟ ଚାକିରି ଛାଡିଲେ…

ଭୁବନେଶ୍ୱର,୨୧/୦୫: ଭୁବନେଶ୍ୱର ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ପାଇଁ ଭୋଟ୍ ମାଗିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ କହିଛନ୍ତି, ମନ୍ମଥ ରାଉତରାୟ ଜଣେ ସଫଳ ପାଇଲଟ୍ ଥିଲେ । ରାଜଧାନୀବାସୀଙ୍କ ସେବା ପାଇଁ ନିଜ ମାଟିକୁ ଫେରି ଆସିଛନ୍ତି ।  ମନ୍ମଥ ରାଜନୀତିକୁ ଆସି ଯୁବପିଢିଙ୍କ ପାଇଁ ପ୍ରେରଣା ସାଜିଛନ୍ତି । ଏହା ସହ ନାଁ ନନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଟାର୍ଗେଟ୍ କରି କହିଛନ୍ତି, ଗତ ୫ ବର୍ଷରେ ବର୍ତମାନର ସାଂସଦ କିଛି ବଡ଼ କାମ କରିନାହାନ୍ତି । ଏକାମ୍ର ଓ ଲିଙ୍ଗରାଜ ମନ୍ଦିରର ରୂପାନ୍ତରିକରଣ କାମକୁ ବନ୍ଦ କରିବାକୁ ଚେଷ୍ଟା କରିଥିଲେ ।  ଭୁବନେଶ୍ୱରକୁ ବିଶ୍ୱସ୍ତରୀୟ ସହର ଭାବେ ଗଢିବାରେ ମନ୍ମଥ ସହଯୋଗ କରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।