ପଦ୍ମ ଧରିଲେ ନିମାପଡା ବିଧାୟକ ସମୀର ରଞ୍ଜନ ଦାଶ

ଭୁବନେଶ୍ୱର,୧୯/୦୫: ପଦ୍ମ ଧରିଛନ୍ତି ନିମାପଡା ବିଧାୟକ ସମୀର ରଞ୍ଜନ ଦାଶ । ଆଜି କିଛି ସମୟ ପୂର୍ବରୁ ବିଜେଡି ଛାଡିଥିଲେ ସମୀର ଦାଶ । ଦଳର ନିଷ୍ପତ୍ତିରେ ଅସନ୍ତୁଷ୍ଟ ହୋଇ ଦଳ ସଭାପତିଙ୍କୁ ଦେଇଥିଲେ ଇସ୍ତଫା ପତ୍ର । ପ୍ରାଥମିକ ସଦସ୍ୟ ପଦରୁ ଦେଇଥିଲେ ଇସ୍ତଫା । ଟିକେଟ ନମିଳିବା ନେଇ ଅସନ୍ତୁଷ୍ଟ ଥିଲେ। ଏହାସହ ଦଳ ଛାଡିବାର କାରଣ କହିବା ସହ ସୋସିଆଲ ମିଡିଆରେ ନିଜ ଇସ୍ତଫା ପତ୍ର ବାବଦରେ ସୂଚନା ଦେଇଥିଲେ ସମୀର ଦାଶ ।ସମୀର କହିଥିଲେ, ୨୦୦୬ରୁ ସେ ନିଷ୍ଠାର ସହ ଦଳ ପାଇଁ କାମ କରିଆସୁଛନ୍ତି । ତଥାପି ଦଳ ତାଙ୍କ ଉପରେ ଭରସା କଲାନି । ତେଣୁ ଇସ୍ତଫା ଦେଇଥିବା କହିଥିଲେ।