ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସରିଲା ପ୍ରଚାର, ସୋମବାର ହେଭିୱେଟଙ୍କ ଭାଗ୍ୟ ପରୀକ୍ଷା

ଭୁବନେଶ୍ୱର,୧୮/୦୫: ଆସନ୍ତା ୨୦ରେ ଓଡ଼ିଶାର ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ। ସୋମବାର ଦିନ ବରଗଡ, ବଲାଙ୍ଗୀର, କନ୍ଧମାଳ, ଆସ୍କା ଓ ସୁନ୍ଦରଗଡ ସଂସଦୀୟ କ୍ଷେତ୍ର ସହ ୩୫ ବିଧାନସଭା ପାଇଁ ନିର୍ବାଚନ ହେବ । ୨ୟ ପର୍ଯ୍ୟାୟରେ ଲଢେଇ କରୁଛନ୍ତି ଓଡିଶା ରାଜନୀତିର ଜଣେ ଜଣେ ଚର୍ଚ୍ଚିତ ରାଜନେତା । ଯେଉଁମାନଙ୍କର ଜିତିବା ହାରିବା ଭୋଟ ରାଜନିତୀରେ ବେଶ ପ୍ରଭାବ ପକାଇବ । ତେଣୁ ଶେଷ ମୁହୁର୍ତ୍ତରେ ୩୦୫ ଜଣ ପ୍ରାର୍ଥିୀ ଭୋଟରଙ୍କ ବିଶ୍ୱାସ ଜିତିବା ପାଇଁ ମୈଦାନରେ ପୁରା ଦମ ଲଗାଇଦେଇଛନ୍ତି । ବଡ କଥା ହେଉଛି ନବୀନ ଲଢୁଥିବା ୨ଟି ଆସନରେ ସୋମବାର ଭୋଟ ପଡିବ ।