ରାଜଧାନୀରେ ସଖି ବୁଥ, ପ୍ରିଜାଇଡିଂ ଅଫିସର ଠାରୁ ଆରମ୍ଭ କରି ପୋଲିଂ କର୍ମଚାରୀ ହେବେ ମହିଳା

ଭୁବନେଶ୍ୱର,୧୮/୦୫: ଆଉ ଗୋଟେ ଦିନ ଗଲେ ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟ ନିର୍ଵାଚନ ଅନୁଷ୍ଠିତ ହେବ। ଆଉ ଏହାରିମଧ୍ୟରେ ପ୍ରଥମ ଥର ପାଇଁ ନିର୍ବାଚନ କମିଶନ ଅଭିନବ ବ୍ୟବସ୍ଥା କରିଛନ୍ତି। ରାଜଧାନୀରେ ଦେଖିବାକୁ ମିଳିବ ସଖି ବୁଥ । ସାଧାରଣ ନିର୍ବାଚନ ପାଇଁ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରେ ଥିବା ୨ଶହ ବୁଥରେ ରହିବେ ମହିଳା । ପ୍ରିଜାଇଡିଂ ଅଫିସର ଠାରୁ ଆରମ୍ଭ କରି ପୋଲିଂ କର୍ମଚାରୀ ଏବଂ ମହିଳା ପୁଲିସ କର୍ମ ଚାରୀ ମୁତୟନ ହେବେ । ତେବେ ମଧ୍ୟ ନିର୍ବାଚନ ମଣ୍ଡଳୀର ସମସ୍ତ ବୁଥରେ ମହିଳା ପୁଲିସ କର୍ମଚାରୀ ମୃତୟନ ନେଇ ପୁଲିସ କମିଶନର ସ୍ପଷ୍ଟ କରିଛନ୍ତି ।