ଖଲ୍ଲିକୋଟରେ ରାଜନୈତିକ ହଂସାରେ ହେବ ଏସ୍ଆଇଟି ତଦନ୍ତ

ଭୁବନେଶ୍ୱର,୧୮/୦୫: ଖଲ୍ଲିକୋଟ ଥାନା ଶ୍ରୀକୃଷ୍ଣଶରଣପୁର ଗାଁରେ ଘଟିଥିବା ରାଜନୈତିକ ହଂସା ଓ ହତ୍ୟା ଘଟଣାରେ ଏସ୍ଆଇଟି ତଦନ୍ତ ହେବ । ଆଇପିଏସ୍ ଆରକେ ଶର୍ମାଙ୍କୁ ଖଲ୍ଲିକୋଟ ଦାୟିତ୍ୱ ଦିଆଯାଇଛି । ଗତକାଲି ସେ ଖଲ୍ଲିକୋଟ ଥାନାକୁ ଯାଇ ତଦନ୍ତ କରିଥିଲେ । ଦକ୍ଷିଣାଞ୍ଚଳ ଆଇଜି ଜୟରାମ ପଙ୍କଜ ମଧ୍ୟ ଖଲ୍ଲିକୋଟ ଥାନାକୁ ଯାଇଥିଲେ । ଆଜି ଏସଆଇଟି ମୁଖ୍ୟ ଖଲ୍ଲିକୋଟ ଯିବେ । ଆଜିଠାରୁ ଘଟଣାର ବିଧିବଦ୍ଧ ତଦନ୍ତ ଆରମ୍ଭ କରାଯିବ । ଏସଆଇଟି ମୁଖ୍ୟ ମୃତକଙ୍କ ପରିବାରକୁ ଭେଟିବା ସହ ଥାନାକୁ ଯାଇ ତଦନ୍ତ କରିବେ । ଆଜିଠାରୁ ୨୧ ତାରିଖ ଯାଏଁ ଖଲ୍ଲିକୋଟରେ କ୍ୟାମ୍ପ କରିବେ ଆର.କେ ଶର୍ମା । ପୁରା ଘଟଣାର ତଦନ୍ତ ପରେ ୩୦ ଦିନ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।