ଭୁବନେଶ୍ୱର,୧୭/୦୫: ବିଜେପିରୁ ବହିଷ୍କୃତ ହେଲେ ବିଜୟ ମହାପାତ୍ର । ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଜୟଙ୍କୁ ବିଜେପି ରାଜ୍ୟ ସଭାପତିଙ୍କ ନିର୍ଦ୍ଦେଶକ୍ରମେ ବହିଷ୍କାର କରାଯାଇଛି। ବିଜୟ ମହାପାତ୍ରଙ୍କ ସହ ଶାରଦା ପ୍ରଧାନ ଓ ରାକେଶ ମଲ୍ଲିକଙ୍କୁ ମଧ୍ୟ ବିଜେପି ବହିଷ୍କୃତ କରିଛି । ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ପାଟକୁରାରୁ ବିଜେଡି ଟିକେଟରେ ଲଢୁଛନ୍ତି । ସେହିପରି ବିଜେପିରୁ ଟିକେଟ ନମିଳିବାରୁ ଶାରଦା ପ୍ରଧାନ ମାହାଙ୍ଗାରୁ ସ୍ୱାଧୀନ ଭାବେ ନାମାଙ୍କନ କରିଥିବା ବେଳେ ରାକେଶ ମଲ୍ଲିକ ସୋରରୁ ସ୍ୱାଧୀନ ଭାବେ ପ୍ରାର୍ଥୀ ହୋଇଛନ୍ତି ।
କାର୍ଯ୍ୟାନୁଷ୍ଠାନ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜୟ ମହାପାତ୍ର । ସେ କହିଛନ୍ତି, ମୁଁ ୫/୭ ବର୍ଷ ହେଲା ଦଳରେ ନଥିଲି । ଏକଥା ସମସ୍ତେ ଜାଣନ୍ତି । ଦଳରେ ଯିଏ ନଥିଲା ବହିଷ୍କୃତ କଣ ହେବ ବୋଲି କହିଛନ୍ତି।