୧୯ରେ ପୁଣିଥରେ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ, ପୁରୀରେ କରିବେ ରୋଡ ଶୋ

ନୂଆଦିଲ୍ଲୀ,୧୭/୦୫: ୧୯ ତାରିଖରେ ପୁଣିଥରେ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବା ପରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ଘଣ୍ଟା ରହିବେ । ରାଜ୍ୟ ବିଜେପି ନେତା ଓ କର୍ମକର୍ତ୍ତାଙ୍କ ସହ କରିବେ ଆଲୋଚନା । ୨୦ ତାରିଖରେ ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ସହ ବଡ ଦାଣ୍ଡରେ କରିବେ ରୋଡ ଶୋ’ । ପରେ ଅନୁଗୁଳ ଓ କଟକରେ ଜନସଭାରେ ଯୋଗଦେବେ ।ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶା ଆସିଥିଲେ । ଭୁବନେଶ୍ୱରରେ ପହଞ୍ଚି ରୋଡ ଶୋ କରିଥିଲେ । ଆଉ ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଥିଲେ ।