ଭାରତ ବାୟୋଟେକର କୋଭାକ୍ସିନ୍ ଟିକାରେ ବି ଦେଖାଦେଇଛି ପାଶ୍ୱର୍ପ୍ରତିକ୍ରିୟା !

ନୂଆଦିଲ୍ଲୀ,୧୭/୦୫: କୋଭିସିଲ୍ଡ ପରେ ବିବାଦରେ କୋଭାକ୍ସିନ । ଭାରତ ବାୟୋଟେକର କୋଭାକ୍ସିନ୍ ଟିକାରେ ବି ଦେଖାଦେଇଛି ପାଶ୍ୱର୍ପ୍ରତିକ୍ରିୟା ! ବିଏଚୟୁର ଗବେଷକମାନଙ୍କ ଦ୍ୱାରା କରାଯାଇଛି ଏହି ଅଧ୍ୟୟନ । ଯେଉଁଥିରେ ଜଣାପଡିଛି ଯେ କୋଭାକ୍ସିନ୍ ନେଇଥିବା ଲୋକଙ୍କ ମଧ୍ୟରୁ ପ୍ରାୟ ଏକ ତୃତୀୟାଂଶ ଲୋକ ‘ଆଡଭର୍ସ ଇଭେଣ୍ଟସ୍ ଅଫ୍ ସ୍ପେସାଲ ଇଣ୍ଟରେଷ୍ଟ’ ବା ଏଇଏସଆଇ ନେଇ ରିପୋର୍ଟ କରିଛନ୍ତି । ପାର୍ଶ୍ୱ ପ୍ରତିକ୍ରିୟା ଅଧ୍ୟୟନ ପାଇଁ ପରୀକ୍ଷା କରାଯାଇଥିବା ୯୨୬ ଜଣ ଅଂଶଗ୍ରହଣ କାରୀଙ୍କ ମଧ୍ୟରୁ ପ୍ରାୟ ଏକ ତୃତୀୟାଂଶ ଏଇଏସଆଇ ରିପୋର୍ଟ କରିଥିଲେ । ଯେଉଁଥିରେ ଉପର ଶ୍ୱାସନଳୀ ସଂକ୍ରମଣ ସବୁଠାରୁ ସାଧାରଣ ଅଭିଯୋଗ ଥିଲା । ଷ୍ଟ୍ରୋକ୍ ଓ ଗିଲେନ୍-ବାର୍ ସିଣ୍ଡ୍ରୋମ୍ ଭଳି ଗୁରୁତର ଏଇଏସଆଇ ଲକ୍ଷଣ ଏକ ପ୍ରତିଶତ ବ୍ୟକ୍ତିଙ୍କଠାରେ ଦେଖିବାକୁ ମିଳିଥିଲା ।