ଭୁବନେଶ୍ୱରରେ ଆଜି ରୋଡ ଶୋ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ଭୁବନେଶ୍ୱର,୧୭/୦୫: ଭୁବନେଶ୍ୱରରେ ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରୋଡ ଶୋ କରିଛନ୍ତି। ଆଜି ସନ୍ଧ୍ୟାରେ ରୋଡ ଶୋ କରି ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି ମୁଖ୍ୟମନ୍ତ୍ରୀ ।  ମୁଖ୍ୟମନ୍ତ୍ରୀ ଲୋକଙ୍କୁ ହାତ ହଲାଇ ଅଭିବାଦନ ଜଣାଇବା ସହ ଲୋକଙ୍କୁ ସମ୍ବୋଧିତ କରିଥିଲେ । ଏହି ହାଇଭୋଲଟେଜ ରୋଡ ଶୋରେ ମୁଖ୍ୟମନ୍ତ୍ରୀ ୮ଟି ସ୍ଥାନରେ ଉଦବୋଧନ ଦେଇଛନ୍ତି । ବିଭିନ୍ନ ସ୍ଥାନରେ ସେ ଜନତାଙ୍କୁ ସମ୍ବୋଧିତ କରି ଜୁଲାଇରୁ ଲୋକଙ୍କୁ ମାଗଣା ବିଜୁଳି ମିଳିବ ବୋଲି କହିଥିଲେ । ନବୀନଙ୍କ ରୋଡ ଶୋ ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଏହି ରୋଡ ଶୋ ଚାଲିଛି ।