ଟିଟିଲାଗଡରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଭିକେ ପାଣ୍ଡିଆନ

ଭୁବନେଶ୍ୱର,୧୬/୦୫: ଆଜି ଟିଟିଲାଗଡରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ଭିକେ ପାଣ୍ଡିଆନ । ଜନସଭାକୁ ସମ୍ବୋଧିତ କରି ସେ କହିଛନ୍ତି, ଏ ଅଞ୍ଚଳର ପ୍ରଗତି ଓ ଉନ୍ନତି ପାଇଁ ବିଜେଡି ପ୍ରାର୍ଥୀଙ୍କୁ ପୁଣିଥରେ ଆଶୀର୍ବାଦ କରିବାକୁ ଅପିଲ କରିଛନ୍ତି। ଏହାସହ ବିରୋଧୀକୁ ଟାର୍ଗେଟ କରି କହିଛନ୍ତି, ବାହାରୁ ଏବେ ବହୁତ ଲୋକ ଆସି ବଡ ବଡ କଥା କହୁଛନ୍ତି । ଛତିଶଗଡରୁ ମନ୍ତ୍ରୀ ଆସି ଟଙ୍କା ବାଣ୍ଟୁଛନ୍ତି ଏବଂ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନିତ କରୁଛନ୍ତି । ପୂର୍ବରୁ ବିଜେପୁର ଉପ-ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ଉପରେ ଚପଲ ମାଡ କରିବାକୁ ଉଦ୍ୟମ କରିଥିଲେ ସେତେବେଳେ ୪୫ ହଜାରରୁ ଅଧିକ ଭୋଟରେ ହାରିଥିଲା ବିଜେପି । ପରେ ପୁରୀ ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସରୁ ଫେରିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଅଣ୍ଡାମାଡ କରିଥିଲେ, ପରେ ୩୦ରୁ ୩୦ ଜିଲ୍ଲା ପରିଷଦ ଆସନରେ ହାରିଲା ବିଜେପି । ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା’ ସମଲେଇଙ୍କ ଆଶୀର୍ବାଦରେ ଆସନ୍ତା ଜୁନ୍ ୯ ତାରିଖରେ ପୁଣିଥରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଶପଥଗ୍ରହଣ କରିବେ । ପ୍ରଥମ ଦସ୍ତଖତରେ ବିଜୁଳି ବିଲ୍ ଛାଡ କରାଯିବ । ଓଡ଼ିଶାର ୯୦% ପରିବାର ମାଗଣା ବିଜୁଳି ପାଇବେ ।