ଭୁବନେଶ୍ୱର,୧୬/୦୫: ବିଜେପି ଛାଡିଲେ ରମାରଞ୍ଜନ ବଳିୟାରସିଂହ । ବିଜେପି ମୁଖପାତ୍ର ତଥା ସତ୍ୟବାଦୀର ପୂର୍ବତନ ବିଧାୟକ ରମା ରଞ୍ଜନ ବଳିଆରସିଂ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ନିଜ ଇସ୍ତଫା ପତ୍ର ରାଜ୍ୟ ବିଜେରି ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇଛନ୍ତି । ଟିକେଟ୍ ନ ମିଳିବା କାରଣରୁ ଅସନ୍ତୁଷ୍ଟ ଥିଲେ । ତାଙ୍କୁ କୌଣସି ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟ ଦେଖିବାକୁ ମିଳୁ ନଥିଲା । ସେ ନିଜ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି, ବିଜେପି ପୁରୀ ଜିଲ୍ଲା ସତ୍ୟବାଦୀ ଅଂଚଳକୁ ଅଣଦେଖା କରିଛି । ଏହା ବ୍ୟକ୍ତିଗତ ଅଭିଯୋଗ ନୁହେଁ ବରଂ ଜନସାଧାରଣଙ୍କ ଅଭିଯୋଗ ବୋଲି କହିଛନ୍ତି ।