ଚମ୍ପୁଆରେ ମର୍ମନ୍ତୁଦ ଦୁର୍ଘଟଣା, ୬ମୃତ

ଭୁବନେଶ୍ୱର,୧୬/୦୫: କେନ୍ଦୁଝର ଜିଲ୍ଲା ଚମ୍ପୁଆରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଚମ୍ପୁଆ ଥାନା ୫୨୦ ନମ୍ବର ଜାତୀୟ ରାଜପଥ ରିମୁଲି ବାଇପାସରେ ଘଟିଛି ଏହି ଭୟଙ୍କର ଦୁର୍ଘଟଣା । ଏଥିରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ଆହତ ହୋଇଥିବା ଜଣାପଡ଼ିଛି । ମୃତକ ଗୋଟିଏ ପରିବାରର ବୋଲି ଜଣାପଡିଥିଲା । ସୂଚନା ଅନୁସାରେ, ୫୨୦ ନମ୍ବର ଜାତୀୟ ରାଜପଥରେ ଏକ ଟ୍ରକ ପଛକୁ ପିଟି ହୋଇଥିଲା କାର୍ । ତେବେ ଏହି ସମୟରେ କାର୍ ପଛକୁ ପିଟିଥିଲା ଆଉ ଏକ ଟ୍ରକ । ଫଳରେ ଦୁଇ ଟ୍ରକ୍ ମଝିରେ ଚାପି ହୋଇଯାଇଥିଲା କାର୍ । ଯେଉଁଥିରେ ପରିବାରର ୬ ଜଣଙ୍କ ମୃତ୍ୟୁ ହୋଇଛି । ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରିିଛି ।