ଦେବଗଡ ମାଟିରୁ ପୁଣି ବିରୋଧୀଙ୍କୁ ଟାର୍ଗେଟ କଲେ ଭି.କେ.ପାଣ୍ଡିଆନ

ଭୁବନେଶ୍ୱର,୧୫/୦୫: ଦେବଗଡ ମାଟିରୁ ପୁଣି ବିରୋଧୀ ଉପରେ ବର୍ଷିଲେ ବିଜେଡି ନେତା ଭି.କେ ପାଣ୍ଡିଆନ । ଜୁନ ୯ରେ ନବୀନ ପଟ୍ଟନାୟକ ଶପଥ ନେଉଥିବା ନେଇ ପୁନଃଶ୍ଚ ଦାବି କଲେ । କହିଲେ ଓଡିଶାରେ କେବଳ ନବୀନ ବାବୁଙ୍କ ପତାକା, ବିଜେଡି ପତାକା ଉଡୁଛି ଉଡିବ । ମୁଖ୍ୟମନ୍ତ୍ରୀ ବଡବଡ ମହାବାତ୍ୟା ଦେଖିଛନ୍ତି ବିଜେପି ନେତାଙ୍କ ହାୱା କିଛି ଫରକ ପକେଇବନି ।ସେପଟେ ବିଜେପିର ଷ୍ଟାର ପ୍ରଚାରକଙ୍କୁ ଟୁରିଷ୍ଟ ନେତା କହି ପୁଣିଥରେ ଟାର୍ଗେଟ୍ କରିଛନ୍ତି ପାଣ୍ଡିଆନ । କେନ୍ଦ୍ରମନ୍ତ୍ରୀ ହୁଅନ୍ତୁ କି ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ୫-୧୦ ବର୍ଷରେ ଥରେ ଟୁରିଷ୍ଟ ହୋଇ ଆସନ୍ତି ଆଉ ସେମାନେ ରାଜ୍ୟ ବିଜେପିକୁ ବୁଷ୍ଟର ଡୋଜ୍ ଦେବାକୁ ଚେଷ୍ଟା କରୁଛନ୍ତି । ପ୍ରଥମ ଡୋଜ୍, ୨ୟ ଡୋଜ୍ ଏବଂ ୩ୟ ଡୋଜ୍ ଦେବାକୁ ଜୋରଦାର ପ୍ରୟାସ କରୁଛନ୍ତି ବୋଲି କହି ସମାଲୋଚନା କରିଛନ୍ତି ପାଣ୍ଡିଆନ ।