ଚଳିତଥର ଶୀଘ୍ର ଆସିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ

ଭୁବନେଶ୍ୱର,୧୪/୦୫: ଚଳିତଥର ଶୀଘ୍ର ଆସିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ ଆଣ୍ଡାମାନ ସାଗର, ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ନିକୋବର ଦ୍ୱୀପପୁଞ୍ଜ ଅଂଚଳରେ ମେ ୧୯ ତାରିଖରେ ମୌସୂୁମୀ ବାୟୁ ଛୁଇଁବା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର । ସ୍ୱାଭାବିକ ଭାବେ ମେ ୨୨ରେ ମୌସୁମୀ ଆଣ୍ଡାମାନ ଛୁଇଁଥାଏ ।

ଆଣ୍ଡାମାନ ପରେ ଜୁନ୍ ପହିଲାରେ କେରଳ ଛୁଇଁବା ପରେ ଜୁନ ୧୦ ସୁଦ୍ଧା ଓଡ଼ିଶା ପହଂଚିଥାଏ ମୌସୁମୀ ବାୟୁ । ଏଥର ଠିକ୍ ସମୟରେ ମୌସୁମୀ ଆସିବା ନେଇ ସଂଭାବନା ରହିଛି । ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେଉଛି । ମେ’ ୧୭ରୁ ୨୩ ତାରିଖ ମଧ୍ୟରେ ଏହା ଗଭୀର ଅବପାତ ହେବାର ସଂଭାବନା ରହିଛି । ଗତିପଥ ସ୍ପଷ୍ଟ ହେବା ପରେ ଏହାର ପ୍ରଭାବ କେଉଁଠି ରହିବ ତାହା କୁହାଯାଇପାରିବ । ଅନ୍ୟପଟେ ଆହୁରି ଦୁଇ ଦିନ ପର୍ଯ୍ୟନ୍ତ କାଳବୈଶାଖୀର ପ୍ରଭାବ ରାଜ୍ୟରେ ଜାରି ରହିବ ।