ବଡମ୍ବାରେ ଭିକେ ପାଣ୍ଡିଆନଙ୍କ ପ୍ରଚାର, କହିଲେ ଦିନରେ ଲଣ୍ଠନ ଦେଖାଉଛନ୍ତି ବିରୋଧୀ

ଭୁବନେଶ୍ୱର,୧୪/୦୫: ବଡମ୍ବାରେ ଭିକେ ପାଣ୍ଡିଆନ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଦମଦାର ପ୍ରଚାର କରିଛନ୍ତି । ବିରୋଧୀଙ୍କୁ ଟାର୍ଗେଟ କରି ସେ କହିଛନ୍ତି, ବିରୋଧୀମାନେ ଦିନରେ ଲଣ୍ଠନ ଦେଖାଉଛନ୍ତି । ତେଣୁ ଟୁରିଷ୍ଟ ଲୋକଙ୍କୁ ଭିସା ଦେଇକି ବାହାର କରିଦିଅନ୍ତୁ । ଏ ମାଟି ପାଇଁ ସେମାନେ କାମ କରିପାରିବେନି । ମିଛ କହିବାରେ ସେମାନେ ମାହିର । ଏଥିସହିତ ପାଣ୍ଡିଆନ୍ ଆହୁରି ମଧ୍ୟ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଜୁନ୍ ୯ ତାରିଖରେ ପୁଣିଥରେ ମୁଖ୍ୟମନ୍ତ୍ରୀ ହେଉଛନ୍ତି । ପୁଣିଥରେ ଲୋକଙ୍କ ସେବା କରିବେ । ସନ୍ତୃପ୍ତ ବାବୁ ଆଉ ଦେବୀ ବାବୁ ଦୁଇ ଜଣ ମିଶି ଯଦି ମିଶିକି କାମ କରିବେ ତେବେ ବଡମ୍ବା ନରସିଂହପୁର ନୂଆ ବଡମ୍ବା ନରସିଂହପୁର ହେବ । କଥାରେ ନୁହେଁ କାମରେ ବିଶ୍ୱାସ କରିବା । ଜୁନ୍ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ, ପ୍ରଥମ ଦସ୍ତଖତ କରିବେ ବିଜୁଳି ବିଲ୍ ଛାଡ୍ କରିବେ । ଲୋକଙ୍କୁ ଆଉ ବିଜୁଳି ବିଲ୍ ଦେବାକୁ ପଡିବନି । କିଛି ବିଜେପିର କୁଜି ନେତା କହୁଛନ୍ତି ନରସିଂହପୁରରେ ଫରେଷ୍ଟ ଜାଗାରେ ଉଚ୍ଛେଦ କରାଯିବ । ସେମାନେ ଚାହିଁଲେ ବି ଉଚ୍ଛେଦ କରିପାରିବେନି । ନବୀନ ବାବୁ ଥିଲା ପର୍ଯ୍ୟନ୍ତ କାହା ଉପରେ ଅନ୍ୟାୟ ହେବାକୁ ଦେବେ ନାହିଁ ।