ଓଡ଼ିଶାରେ ଅପରାହ୍ନ ୩ଟା ସୁଦ୍ଧା ୫୨.୯୧ ପ୍ରତିଶତ ମତଦାନ

ଭୁବନେଶ୍ୱର,୧୩/୦୫: ରାଜ୍ୟରେ ଚାଲିଛି ପ୍ରଥମ ପ୍ରର୍ଯ୍ୟାୟ ମତଦାନ । ଅପରାହ୍ଣ ୩ଟା ସୁଦ୍ଧା ୫୨.୯୧ ପ୍ରତିଶତ ମତଦାନ ହୋଇଛି । ନୂଆପଡାରେ ସର୍ବାଧିକ ୫୮.୨୫ ପ୍ରତିଶତ ଭୋଟିଂ ହୋଇଥିବା ସୂଚନା ମିଳିଛି । କଳାହାଣ୍ଡିରେ ୫୭.୯୧ ପ୍ରତିଶତ, ନବରଙ୍ଗପୁରରେ ୫୬.୭୬ ପ୍ରତିଶତ, କୋରାପୁଟରେ ୫୩.୨୭ ପ୍ରତିଶତ, ମାଲକାନଗିରିରେ ୫୩.୬୪ ପ୍ରତିଶତ, ରାୟଗଡାରେ ୫୩.୬୦ ପ୍ରତିଶତ, ଗଜପତିରେ ୪୫.୨୯ ପ୍ରତିଶତ ଓ ବ୍ରହ୍ମପୁରରେ ୪୪.୩୯ ପ୍ରତିଶତ ଭୋଟର ଦେଇଛନ୍ତି ଭୋଟ୍ । ସୂଚନାଯୋଗ୍ୟ ଯେ ୪ଟି ଲୋକସଭା ଏବଂ ୨୮ଟି ବିଧାନସଭା ଆସନ ପାଇଁ ୭ ହଜାର ୩୦୩ଟି ବୁଥରେ ଚାଲିଛି ଭୋଟିଂ । ବ୍ରହ୍ମପୁରରେ ସବୁଠାରୁ କମ୍ ମତଦାନ ହୋଇଛି । ଏଠାରେ ୨୬ ଦଶମିକ ୧୪ ପ୍ରତିଶତ ସହ ସବୁଠୁ କମ୍ ମତଦାନ ହୋଇଛି । ଅର୍ବାନ ଭୋଟରଙ୍କୁ ମତଦାନ ପାଇଁ ଅପିଲ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ।